//BREAKING//
Loading...

BJDରେ ବଢ଼ୁଛି ଦ୍ଵନ୍ଦ୍ଵ; ପାଣ୍ଡିଆନ ଦମ୍ପତିଙ୍କୁ ନେଇ ଅସନ୍ତୁଷ୍ଟ ବରିଷ୍ଠ ନେତା

 


ତର୍ଜମା ନ୍ୟୁଜ ବ୍ୟୁରୋ:-

ଭୁବନେଶ୍ଵର: ବିଜେଡିରେ ଥମିବାରେ ନା ଧରୁନି ବୟାନବାଜି । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ପରେ ଆଜି ବିସ୍ଫୋରଣ କରିଛନ୍ତି ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର । ବଦ୍ରି କହିଛନ୍ତି, ଦଳର ଦାୟିତ୍ୱରେ ଥିବା ଲୋକ ନିଜ ସୀମା ଟପୁଛନ୍ତି । ଯେଉଁଥିପାଇଁ ବର୍ତ୍ତମାନ ଦଳ ଭିତରେ ଦ୍ଵନ୍ଦ୍ଵ ବଢୁଛି । ଶୀର୍ଷ ନେତୃତ୍ଵ ଆସ୍ଥା ସୃଷ୍ଟି କରିପାରୁ ନଥିବାରୁ ତଳସ୍ତରରେ କର୍ମୀ ଦଳ ଛାଡ଼ୁଛନ୍ତି ।


ସେପଟେ ପାଣ୍ଡିଆନ ଦମ୍ପତିଙ୍କୁ ନେଇ ବିଜେଡିରେ ଥମୁନି ବିବାଦ । ପାଣ୍ଡିଆନଙ୍କ ରାସ୍ତାରେ କଣ୍ଟା ସାଜିଛନ୍ତି ବରିଷ୍ଠ । ରାଜନୀତିରେ ଫେଲ୍ ହେବା ପରେ ଦଳରେ ନିଜର ସ୍ଥିତି ବଜାୟ ରଖିବାକୁ ପତ୍ନୀ ସୁଜାତା ପାଣ୍ଡିଆନଙ୍କ ଏଣ୍ଟ୍ରି ପାଇଁ ଚଳାଇଛନ୍ତି ଯୋଜନା । ଯାହାକୁ ସଫଳ କରାଇବା ପାଇଁ ପ୍ରାଣପ୍ରଣେ ପ୍ରଚେଷ୍ଟା ଚଳାଇଛନ୍ତି କୋଟେରୀ ଗୋଷ୍ଠୀ ।


ତେବେ ସୁଜାତାଙ୍କ ଏଣ୍ଟ୍ରି ପ୍ରଶ୍ନ ଶୁଣୁ ଶୁଣୁ ବର୍ଷିଛନ୍ତି ବଦ୍ରି । ସେ କହିଛନ୍ତି, ବିଜେଡି ବଡ଼ ଦଳ । ସୁଜାତା କାର୍ତ୍ତିକେୟନ କ'ଣ ଅନେକ ଲୋକଙ୍କୁ ସାମିଲ କଲେ ବି କିଛି ଅସୁବିଧା ନାହିଁ । କିନ୍ତୁ ସମସ୍ତେ ସମସ୍ତଙ୍କ ସୀମା କ'ଣ ତାହା ଜାଣିବା ଦରକାର । ଦୁଇ ଦିନ ତଳେ ଦଳର ମୁଖପାତ୍ର ଲେନିନ କିନ୍ତୁ ସ୍ପଷ୍ଟ କରି ସାରିଛନ୍ତି ସୁଜାତା ଥିଲେ ଅଛନ୍ତି ଆଉ ରହିବେ ।


ଦଳର ଇଏ ସ୍ଥିତି କହୁଛି ନବୀନଙ୍କ ହାତରେ ଆଉ ନାହିଁ ବିଜେଡିର କମାଣ୍ଡ । ଚର୍ଚ୍ଚା କୋଟେରୀ ଗୋଷ୍ଠୀଙ୍କୁ ଧରି ପତ୍ନୀ ସୁଜାତାଙ୍କ ମାଧ୍ୟମରେ ଦଳର କମାଣ୍ଡ ପୁଣି ଥରେ ନେବାକୁ ଚେଷ୍ଟା କରୁଛନ୍ତି ପାଣ୍ଡିଆନ । ଯାହାକୁ ନେଇ ବରିଷ୍ଠଙ୍କ ଭିତରେ ଏଇ ଅସନ୍ତୋଷ । ଆଉ ନେତା ନେତାଙ୍କ ମଧ୍ୟରେ ଟଣା ଓଟରାକୁ ନେଇ ଦ୍ଵନ୍ଦ୍ଵରେ କର୍ମୀ । ଏଭଳି ସ୍ଥିତିରେ ବିଜେଡିର ଅଭ୍ୟନ୍ତରୀଣ ରାଜନୀତି କେଉଁ ମୋଡ ନେଉଛି ତା ଉପରେ ନଜର ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe